ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଛି ଶୀତଋତୁ । ଏଥିପାଇଁ ଚାରିଆଡେ ଲୋକ ମାନେ ଭୋଜିଭାତ କରୁଛନ୍ତି । ବିଭିନ୍ନ ଯାଗାରେ ଥିବା ପିକିନିକ ସ୍ପଟ ବୁଲିବାକୁ ଯାଇ ଭୋଜି କରୁଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ମାତ୍ର ୧୫ କି.ମି ଦୂରରେ ଥିବା ବରୁଣେଇ ପାହାଡରେ ବାହାରୁ ପର୍ଯ୍ୟଟକ ଆସି ଭୋଜି ଭାତ କରୁଛନ୍ତି । କିନ୍ତୁ ଡିସେମ୍ବର ମାସ ୧ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଏହି ପିକିନିକ ସ୍ପଟ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା ୮ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶା ଗସ୍ତରେ ଆସୁଛନ୍ତି ।
୮ତାରିଖରେ ଖୋର୍ଦ୍ଧା ଗସ୍ତ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇରେ ନିର୍ମାଣ ହେବାକୁ ଥିବା ସହିଦ ସ୍ମାରକୀ ଓ ମ୍ୟୁଜିୟମ ଶିଲାନ୍ୟାସ କରିବେ । ଏଥିପାଇଁ ରାଜ୍ୟ ସରକାର ୯.୪୫୬ ଏକର ଜାଗା ଦେଇଛନ୍ତି । ଏହି ଅବସରରେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ବରୁଣେଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଯାଂଚ ବେଳେ ଖେର୍ଦ୍ଧା ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।