ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଗତ ଜିଛି ଦିନ ହେବ ଏହାର ସଂକ୍ରମଣ ହ୍ରାସ ପାଉଛୁ । ଚଳିତବର୍ଷ ହେବାକୁ ଥିବା ସଂସଦରେ ଶୀତ ଅଧିବେଶନକୁ ବାତିଲ କରି ଦିଆଯାଇଛି । ଏନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଶୀତ ରୁତୁ ହୋଇଥିବାରୁ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ବିଭିନ୍ନ ନେତାଙ୍କ ସହ ଆଲୋଚନା ପରେ ଶୀତକାଳୀନ ଅଧିବେଶନ ଡାକିବା ଉଚିତ ନୁହେଁ ବୋଲି ବହୁମତ ପ୍ରକାଶ ପାଇଥିଲା । ତେବେ ଆସନ୍ତା ବର୍ଷ ଜାନୁଆରୀ ରେ ସଂସଦର ବଜେଟ୍ ଅଧିବେଶନ ଡକାଯିବ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି,ଶୀତଦିନେ କରୋନା ଭାଇରସ ଅଧିକ ବ୍ୟାପିବାର ଆଶଙ୍କା ରହିଥିବା କାରଣରୁ ଶୀତକାଳୀନ ଅଧିବେଶନକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କାରଣରୁ ପରବର୍ତ୍ତୀ ଅଧିବେଶନ ପାଇଁ କୈାଣସି ସମସ୍ୟା ଉପୁଜି ନ ପାରେ ବୋଲି କୁହାଯାଇଛି ।