ଭୁବନେଶ୍ୱର (ଏଟିଆର ବ୍ୟୁରୋ);ଆଜି ଜମିବ ପ୍ରକୃତ ଛାଡଖାଇ । ଗତକାଲି ମଙ୍ଗଳବାର ପଡିଥିବାରୁ ଆମିଷ ବଜାର ଖାଁ ଖାଁ ଥିଲା । କିନ୍ତୁ ଆଜି ସକାଳୁ ସକାଳୁ ବିିଭିନ୍ନ ସ୍ଥାନରେ ଆମିଷ ବଜାରରେ ଲାଗିଛି ଖଚାଖଚ ଭିଡ । ଉଚ୍ଚା ରହିଛି ଆମିଷ ଦର । ସେପଟେ ଦୋକାନୀଙ୍କ ଚଢା ଦର ଉପରେ ନଜର ରଖିଛି ଭୁବନେଶ୍ୱର ମହାନଗର ନିଗମ ।
କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଛାଡଖାଇ ପାଳନ କରାଯାଏ । କିନ୍ତୁ ଏଥର ଛାଡଖାଇ ମଙ୍ଗଳବାର ପଡିଥିଲା ଯେଉଁଥିପାଇଁ ମାନ୍ଦା ରହିଥିଲା ଆମିଷ ବଜାର । ସେଥିପାଇଁ ଆଜି ହେଉଛି ଅସଲ ଛାଡଖାଇ ।