ସିଓଲ(ଏଟିଆର ବ୍ୟୁରୋ):କରୋନା ଭାଇରସ ଏବଂ ଅର୍ଥନୈତିକ କ୍ଷତି ରୋକିବା ପାଇଁ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ଏକ ଅଦଭୁତ ପଦକ୍ଷେପ ନେଇଛନ୍ତି । ସମୁଦ୍ରରୁ ମାଛ ମାରିବା ଉପରେ ନିଷେଧାଦେଶ ଜାରି କରିଛନ୍ତି ଏବଂ ରାଜଧାନୀ ପାୟୋଙ୍ଗ୍ୟାଙ୍ଗକୁ ଲକଡ଼ାଉନ୍ କରିବା ପାଇଁ ସେ ଆଦେଶ ଦେଇଛନ୍ତି ବୋଲି ଦକ୍ଷିଣ କୋରିଆ ଗୁଇନ୍ଦା ଏଜେନସି ସାଂସଦମାନଙ୍କୁ କହିଛି ।
ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ ଉତ୍ତର କୋରିଆ ପ୍ରତି କୌଣସି ନୂତନ ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ବୋଲି କିମଙ୍କର ଆଶଙ୍କା ହୋଇଥିବା କଥା ଜାତୀୟ ଗୁପ୍ତଚର ସେବା ଠାରୁ ଅବଗତ ହେବା ପରେ ଦକ୍ଷିଣ କୋରିଆ ସାଂସଦମାନେ ଗଣମାଧ୍ୟମକୁ କହିଛନ୍ତି।
ଭୂତାଣୁ ସଂକ୍ରମଣ ଆଶଙ୍କାରେ ସମ୍ପ୍ରତି ଉତ୍ତର କୋରିଆ ପାୟୋଙ୍ଗ୍ୟାଙ୍ଗ୍ ଏବଂ ଉତ୍ତର ଜଗଙ୍ଗ ପ୍ରଦେଶରେ ଲକ୍ଡାଉନ୍ ଜାରି କରିଛି। ସରକାରୀ ଅଧିକାରୀମାନେ ଅଣସ୍ୱୀକୃତ ସାମଗ୍ରୀ ଏବଂ ବୈଦେଶିକ ମୁଦ୍ରା ଆଣୁ ଥିବା ଉତ୍ତର କୋରିଆର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ଏ ମାସ ପ୍ରାରମ୍ଭରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା।
ସମୁଦ୍ର ଜଳକୁ ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଉତ୍ତର କୋରିଆ ମାଛମରା ଏବଂ ଲୁଣ ଉତ୍ପାଦନ ମଧ୍ୟ ନିଷେଧ କରିଛି।