ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏକ୍ରାମ ହାଟ ଖାଲି କରିବାକୁ ବ୍ୟବସାୟୀଙ୍କ ନୋଟିନ ଦେଲା ଇଡକୋ । ସହର ମଝିରେ ରହିଥିବା ଏହି ହାଟକୁ ୭ଦିନ ମଧ୍ୟରେ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ ଇଡକୋ ପକ୍ଷରୁ ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ପାଣି କାଟି ଦିଆଯାଇଛି ।
ଯାହାକୁ ନେଇ ଏକାମ୍ର ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଅସନ୍ତୋଷ ଯାହିର କରାଯାଇଛି । ଏଥିସହ ସଂଘ ପକ୍ଷରୁ କୁହାଯାଇଛି, ଗତ ୬ମାସ ହେବ କରୋନା ପାଇଁ ବେପାର ହେଉନଥିବାରୁ ବେଳେ ବ୍ୟବସାୟୀମାନେ ଅସୁବିଧାରେ ଅଛନ୍ତି । ଏହିଭଳି ସମୟରେ ଇଡକୋ ନିର୍ଦ୍ଦେଶ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ଅନ୍ୟ ଜାଗାରେ ଥଇଥାନ କରିବା ପରେ ହାଟରୁ ହଟାଇବାକୁ ଓ ଏହାର ନବୀକରଣ କରିବାକୁ ଦାବି କରୁଛି ଏକାମ୍ର ହାଟ ସଂଘ ।
ସୂଚନାନୁତାବକ ଏକାମ୍ର ହାଟରେ ୬୨ଟି ଷ୍ଟଲ ରହିଛି । ହାଟ ଯଦି ବନ୍ଦ ହୋଇଯିବ ତାହାଲେ ୧୦୦ରୁ ଅଧିକ ପରିବାର ଅସୁବିଧାରେ ପଡିବେ । ଏକାମ୍ର ହାଟରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ କାରିଗର ନିଜ ବ୍ୟବସାୟ କରୁଛନ୍ତି ।
୭ଦିନ ମଧ୍ୟରେ ଖାଲି ହେବ ଏକାମ୍ର ହାଟ
Tags #AtrNews #Odisha