ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଣିକି ଅଫିସରେ ଭାଇ ଡାକିଲେ ନବାକୁ ପଡିବ ଫେଡାଣ । ଏମିତି ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମିତି ଏକ ନୂଆ ନିୟମ ଲାଗୁ ହୋଇଛି ପଶୁ ଓ ମତ୍ସ୍ୟ ସମ୍ପଦ ନିର୍ଦେଶାଳୟ ପକ୍ଷରୁ ।ଏଥିରେ ସ୍ପଷ୍ଟ ଭାବେ ବାରଣ କରା ଯାଇଛି ଅଫିସରେ ସିନିୟର ମାନଙ୍କୁ ଭାଇ ନ ଡାକିବା ପାଇଁ ।
ଅଫିସରେ ଭାଇ ଡାକିବା ଦ୍ୱାରା ଅଫିସର ମାନ ହାନି ହେଉଛି । ଆହୁରି ମଧ୍ୟ କୁହାଯାଇଛି ଭାଇ ଡାକ ଓଡିଶା ସରକାରଙ୍କ କର୍ମଚାରୀ ଆଚରଣ ୧୯୫୯ ର ଉଲ୍ଲଘନ କରୁଛି । ତେଣୁ ଅଫିସ ସମୟରେ ଏଥି ପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ହୋଇଛି । ଜଣେ ଜୁନିୟର ଅଫିସର ଅଫିସରେ ଜଣେ ସିନିୟରଙ୍କୁ ଭାଇ ଡାକିବାରୁ ଏହି ନୋଟିସ ଜାରି ହୋଇଛି ।