ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଦିଲ୍ଲୀରେ ଆସନ୍ତା ୧୮ ତାରିଖରୁ ନର୍ସରୀ ନାମଲେଖା ପାଇଁ ଆରମ୍ଭ ହୋଇଛି ।ଏଥିପାଇଁ ରେଜିଷ୍ଟ୍ରେସନ ପାଇଁ ଶେଷ ତାରିଖ ମାର୍ଚ୍ଚ ମାସ ୪ ତାରିଖ ରଖିଥିବା ବେଳେ ପ୍ରଥମ ତାଲିକା ମାର୍ଚ୍ଚ ୨୦ ରେ ପ୍ରକାଶ ପାଇବ । ଏଥିସହିତ ମାର୍ଚ୍ଚ ୨୫ ରେ ଦ୍ୱିତୀୟ ତାଲିକା ପ୍ରକାଶ ପାଇବ ଏବଂ ଏପ୍ରିଲ ୧ ରୁ କ୍ଲାସ ହେବ ।
ଦିଲ୍ଲୀରେ ପ୍ରାୟ ୧୭୦୦ ବିଦ୍ୟାଳୟରେ ନର୍ସରିରେ ନାମ ଲେଖା ପ୍ରକ୍ରିୟା ନଭେମ୍ବର ଶେଷ ସପ୍ତାହରେ ଆରମ୍ଭ ହୋଇଥାଏ । ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଚଳିତ ବର୍ଷ ନାମଲେଖାରେ ବିଳମ୍ବ ହୋଇଛି । କିନ୍ତୁ ଏପ୍ରିଲ ୧ ରୁ କ୍ଲାସ ଆରମ୍ଭ ହେବ ବୋଲି ଚେଷ୍ଟା କରୁଛନ୍ତି ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ବେସରକାରୀ ସ୍କୁଲ ସହିତ ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ନର୍ସରୀ ନାମଲେଖା ପାଇଁ ସୂଚନା ଦେଇଛନ୍ତି । ଏହି ଅବସରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଡିଆ ଟ୍ୱିଟ କରି ଛାତ୍ରଛାତୀ ଓ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।