ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ସୁଟ କରିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ । ସେ କହିଛନ୍ତି ସେ ଭିଡିଓ ସୁଟ କରିନାହାନ୍ତି । ସେ ଭିଡିଓ ସୁଟ ବେଳେ ସତର୍କ ନଥିଲେ । ଆଗକୁ ଆଉ ଏମିତି ଭୁଲ ହେବ ନାହିଁ । ସମସ୍ତ ପୋଲିସ ତଦନ୍ତରେ ସେ ସହଯୋଗ କରିବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସେମାନେ ଏଠାକୁ ଯିବା ପାଇଁ ଅନୁମତି ନେଇଥିଲେ ।
ସୂଚନାଯୋଗ୍ୟ ଏହି ଭିଡିଓରେ ଏଲିନାଙ୍କ ସମେତ ଅଭିନେତ୍ରୀ ପ୍ରକୃତି ମିଶ୍ର, ଲୋଭିନା ନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଲି ଦାସଙ୍କୁ ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁର ଏସପି କନୱାର ବିଶାଳ ସିଂ ହୀରାକୁଦ ଏସଡିପିଓଙ୍କୁ ଜବାବତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସପି ହୀରାକୁଦ ଏସଡିପିଓଙ୍କୁ ଆଜି ସଂନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।ତେବେ ଅନ୍ୟମାନଙ୍କ ପ୍ରତିକ୍ରିୟା ଏଯାବତ ଆସିନାହିଁ ।