ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଉତ୍ତରାଖଣ୍ଡ ହିମସ୍ଖଳନରେ ଜଣେ ଓଡିଆ ପୁଅ ନିଖୋଜ ହୋଇଥିବାର ସୂଚନା ମିଳିଛି । ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସ । ନାଗାର୍ଜୁନ ସେଠାରେ କ୍ରେନ ଡ୍ରାଇଭର ଭାବେ କାମ କରୁଥିଲେ ।
ପ୍ରଳୟ ପରେ ନାଗାର୍ଜୁନଙ୍କ ସହ କୈାଣସି ଯୋଗାଯୋଗ ହୋଇପାରୁ ନଥିବାରୁ ପରିବାର ଲୋକ ଚିନ୍ତିତହୋଇଜିଲ୍ଲା ସମ୍ପର୍କକୁ ଏନେଇ ସୂଚନା ଦେଇଛନ୍ତି । ଦୁର୍ଘଟଣା ଯୋଗୁଁ ମୃତ୍ୟୁ ସଂଖ୍ୟା ୨୬ କୁ ବୃଦ୍ଧି ପାଇଥିବା ବେଳେ ଆହୁରି ୧୭୧ ଜଣ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ୧୭୧ ଜଣ ନିଖୋଜ ଅଛନ୍ତି ।
ଚାମୋଲିର ତପୋବନରେ ଥିବା ୧୨ ଫୁଟ୍ ଉଚ୍ଚ ଓ ୧୫ ଫୁଟ୍ ଚଉଡ଼ା ଓ ୧.୬ କିଲୋମିଟର ଲମ୍ବର ଏହି ସୁଡ଼ଙ୍ଗର ସମ୍ମୁଖ ଅଂଶ ଭୂସ୍ଖଳନ ଯୋଗୁଁ ବୋହି ଆସିଥିବା ମାଟି ଓ ଆବର୍ଜନାରେ ପୋତି ହୋଇଯାଇଛି । ଏସଟିଆରଏଫ,ଏନଡିଆରଏଫ, ଓ ଆଇଟିବିପିର ଯବାନମାନେ ୩ୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଏବେ ସୁଦ୍ଧା ୨୦୦ ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି ବୋଲି କୁହାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍, କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍.କେ. ସିଂ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ବ୍ରିଜ ଭାସିଯିବାରୁ ୯ ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବାରୁ ସେମାନଙ୍କୁ ହେଲିକପ୍ଟର ଦ୍ୱାରା ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି ।