ଭୁବନେଶ୍ୱର (ଏଟିଆର ବ୍ୟୁରୋ):୧୯୯୯ ମହାବାତ୍ୟା ଠାରୁ ନେଇ ଫାଇଲିନ, ହୁଡୁହୁଡୁ, ତିତିଲି, ଫନି ପରି ବହୁ ଛୋଟ ବଡ ବାତ୍ୟାର ସମ୍ମୁଖିନ ହୋଇଛି ଆମ ରାଜ୍ୟ ଓଡିଶା । ଏହି ବାତ୍ୟା ଗୁଡିକର ପ୍ରଭାବରେ ଆମ ରାଜ୍ୟ ବହୁ ଗଛ ଭାଙ୍ଗିଯାଇଛି । ଦିନ କୁ ଦିନ ଜନସଂଖ୍ୟା ବଢିବା ସହ ଲୋକ ମାନେ ରହିବା ପାଇଁ ଜଙ୍ଗଲକୁ କାଟି ସେଠାରେ ଘର ତିଆରି କରିବାରେ ଲାଗି ପଡିଛନ୍ତି । ଫଳରେ ପରିବେଷରେ ଗଛ ସଂଖ୍ୟା କମିବାରେ ଲାଗିଛି । ଆଉ କିଛି ବର୍ଷ ପରେ ଆମ ଚାରିପଟେ ଖାଲି ବଡ ବଡ ଅଟ୍ଟାଳିକା ଦେଖିବାକୁ ମିଳିବ । ଏହା ସହ ବାୟୁମଣ୍ଡଳରେ ଅମ୍ଳଜାନ କମିବାରେ ଲାଗିଛି । ଯାହା ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଏହାକୁ ସୁଧାରିବା ପାଇଁ ସରକାର ବହୁ ପଦକ୍ଷପ ନେଉଛନ୍ତି । ଏହା ସହିତ ସରକାରଙ୍କ ପକ୍ଷରୁ କିଛି ସ୍ୱତନ୍ତ୍ର ଦିନରେ ବୃକ୍ଷରୋପଣ କରାଯାଇ ବାର୍ତ୍ତା ଦିଆଯାଇଥାଏ । ଯେପରକି ବନ ମହୋତ୍ସବ । ବୃକ୍ଷରୋପଣ କରିବା ପାଇଁ କୌଣସି ଖାସ ଦିନ ଦରକାର ହୋଇନଥାଏ । ନିଜର ଚିନ୍ତାଧାରାକୁ ପରିବର୍ତ୍ତନ କରି ଆମେ ସବୁ ଦିନ ଖାସ ଭାବି ବୃକ୍ଷରୋପଣ କରିବା ଦରକାର । କିନ୍ତୁ ଆଜିର ସମାଜ ଏହାକୁ ବୁଝିବାକୁ ନାରାଜ । ତେବେ ଏହାରି ଭିତରେ ଆଜିର ଯୁବ ପିଢି ଏକ ନୂଆ ପୃଥିବୀ ତିଆରି କରିବାର ସ୍ୱପ୍ନ ଦେଖିଛନ୍ତି ।
ସେମାନଙ୍କ ମଧ୍ୟରେ ବାଇକର ସିର୍ଦ୍ଧାଥ ଶଙ୍କର ପଣ୍ଡା ଓ ତାଙ୍କ ସହୋଯୋଗି ଅନ୍ୟତମ । ସିର୍ଦ୍ଧାଥ ଓ ତାଙ୍କ ସହୋଯୋଗି ଭୁବନେଶ୍ୱରରୁ ବାଇକରେ ବାହାରି ଅରୁଣାଚଳ ପ୍ରଦେଶର ତାୱଙ୍ଗ ଆଭିମୁଖ୍ୟ ପାଖାପାଖି ୫୦୦୦ ହଜାର କିଲୋମିଟର ଯାତ୍ର କରି ରାସ୍ତା କଡରେ ଚାରା ରୋପଣ କରିବେ ବୋଲି ଠାଣି ନେଇଛନ୍ତି । ଏହାକୁ ନେଇ ସିର୍ଦ୍ଧାଥ ତାଙ୍କ ଫେସବୁକ ପେଜରେ ସୂଚନା ଦେଇଛନ୍ତି । ସିଦ୍ଧାର୍ଥଙ୍କ ଏହି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।