ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆମ ଓଡିଆ ରିତିନିତି ଅନୁସାରେ ବାର ମାସରେ ତେର ପର୍ବ । ଆଉ ଆମେ ମାନେ ଏହାକୁ ବହୁ ଆଡମ୍ବରର ସହ ପାଳନ କରିଥାଉ । ତେବେ ବର୍ତ୍ତମାନ ଓଡିଶା ବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କେନ୍ଦ୍ର ଐତିହ୍ୟରେ ସ୍ଥାନ ପାଇଛି ଆମ ଓଡିଆ ମାନଙ୍କର ୩ଟି ବିଶେଷ ପରମ୍ପରା । ସେଗୁଡିକ ହେଲା ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟା ।
ଏହି ତିନୋଟି ଓଡିଆ ପରମ୍ପରାକୁ ଇନଟାଞ୍ଜିବଲ୍ କଲଚରାଲ ହେରିଟେଜ ତାଲିକାରେ ସାମିଲ କରିଛନ୍ତି ଭାରତ ସରକାର । ଏନେଇ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟୁଇଟ କରି ସୂଚନା ଦେଇଛନ୍ତି । ଏହା ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଂସ୍କୃତିକ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟ୍ଟେଲଙ୍କୁ ଧନ୍ୟବାନ ଜଣାଇଛନ୍ତି । ଏହା ଦ୍ୱାରା ଆମ ସଂସ୍କୃତି ଓ ପରମ୍ପରା ପ୍ରତି ଲୋକ ମାନେ ଆହୁରି ଜାଣିପାରିବେ ବୋଲି ସମସ୍ତ ଓଡିଶା ବାସୀ ଆଶା ରଖିଛନ୍ତି ।
‘ଇନଟାଞ୍ଜିବଲ୍ କଲଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ଟି ମହାନ ସାସ୍କୃତିକ ପରମ୍ପରାକୁ ଭାରତ ସରକାର ସାମିଲ କରିଛନ୍ତି । ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରଯାଇଛି ।
— Dharmendra Pradhan (@dpradhanbjp) April 22, 2020