ସମ୍ବଲପୁର (ଏଟିଆର ବ୍ୟୁରୋ): ପୁଣି ଚର୍ଚ୍ଚାରେ ହୀରାକୁଦ ଡ୍ୟାମ । ଏଥର ଡ୍ୟାମର ନିଷିଦ୍ଧାଞ୍ଚଳର ଫଟୋ ଓ ଭିଡିଓ ହେଲା ଭାଇରାଲ । ହୀରାକୁଦର ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇ ଓ ଭିଡିଓ ବନାଇ ଚର୍ଚ୍ଚାରେ ଆସିଲେ ଅଭିନେତ୍ରୀ ଓ ମନ୍ତ୍ରୀଙ୍କ ଝିଅ । ସୋସିଆଲ ମିଡିଆରେ ଘୁରି ବୁଲିଲା ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳ ଫଟୋ । ନିଷିଦ୍ଧାଞ୍ଚଳରେ ପ୍ରବେଶ କଲେ ୩ଜଣ ଓଡିଆ ଅଭିନେତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ । କାହା ଅନୁମତିରେ ସେମାନେ ସେଠାକୁ ଗଲେ ଓ ଭିଡିଓ ବନାଇ ଭାଇରାଲ କଲେ ତାହାକୁ ନେଇ ଏବେ ଖୋଲତାଡ ଆରମ୍ଭ ହୋଇଯାଇଛି ।
ଭାଇରାଲ ହୋଇଥିବା ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ, ଲୋଭିନା ନାୟକଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଲି ଦାସ ଥିବା ଦେଖକାକୁ ମିଳୁଛି । ନିଷିଦ୍ଧାଞ୍ଚଳରେ ସେମାନେ ନାଚ ଗୀତ କରିବା ସହ ଫୋଟ ଉଠାଇ ସୋସିଆଲ ମିଡିଆରେ ଛାଡିଥିବା ଦେଖିବାକୁ ମିଳିଛି । କାହା ଅନୁମତିରେ ସେମାନଙ୍କୁ ସେଠାକୁ ଛଡାଗଲା ସେନେଇ ପ୍ରଶ୍ନ ଉଠିଥିବା ବେଳେ ସମ୍ବଲପୁର ଏସପି କନୱାର ବିଶାଳ ସିଂ ହୀରାକୁଦ ଏସଡିପିଓଙ୍କୁ ଜବାବତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସପି ହୀରାକୁଦ ଏସଡିପିଓଙ୍କୁ ଆଜି ସଂନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।