ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟର ସ୍ଵନକ୍ଷତ୍ର ଉତ୍ସବ ଏବଂ କର୍ମଚାରୀ ଚୟନ ଡିଜିଟାଲ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ କାର୍ୟ୍ୟଳୟ ଓ ଖୋର୍ଦ୍ଧା ମୁଖ୍ୟ କାର୍ୟ୍ୟଳୟର ସଂଯୋଗୀକରଣ କରାଯାଇ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ବଳରାମ ତରାଇଙ୍କ ନେତୃତ୍ୱରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାତା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ଓ ଡିଜିଟାଲ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଚକ୍ରଧର ତ୍ରିପାଠୀ ପୌରହିତ୍ୟ କରିଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା କବିମାନେ ଯୋଡିହୋଇ ନିଜର କବିତାପାଠ କରିଥିଲେ । କରୋନା ମହାମାରୀ ପ୍ରଭାବ ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଏହି ଅବସରରେ ସମ୍ପାଦିକା ସରସ୍ୱତୀ ନାୟକ ଓ ମାର୍ଗଦର୍ଶକ ତଥା ପୂର୍ବତନ ସାଂସଦ ଡ ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି ଭାବେ ଚକ୍ରଧର ତ୍ରିପାଠୀ । ଉପସଭାପତି ଜୟନ୍ତ କୁମାର ପାଣିଗ୍ରାହୀ । କୋଷାଧ୍ୟକ୍ଷ ସସ୍ମିତା ତରାଇ । ମୁଖ୍ୟ ସମ୍ପାଦକ ଏବଂ ପ୍ରତିଷ୍ଠାତା ବଳରାମ ତରାଇ । ସମ୍ପାଦିକା ଏବଂ ପୃଷ୍ଠପୋଷକ ସରସ୍ୱତୀ ନାୟକ । କାର୍ୟ୍ୟକାରୀ ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ । ସହସମ୍ପାଦକ ଭାବେ ଆଶିଷ କୁମାର ସ୍ୱାଇଁ । ପରିକଳ୍ପନା ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ ।
ବିଚାରପତି ଡଃ ବିଭୁତି ଭୂଷଣ ଆଚାର୍ୟ୍ୟ,ଡଃ କୁଳମଣି ଓଝା, ଉମାକାନ୍ତ ରାଉତ, ରକ୍ଷକ ନାୟକ,ମୋହିତ ଚକ୍ରବର୍ତ୍ତୀ, ଡଃ ବେଣୁଧର ପାଢ଼ୀ । ନିଶିଗନ୍ଧା ୱେବ ଡିଜାଇନର :- ଏସ .ଏଲ . ଆଇଟି . ସର୍ଭିସ । ଆବାହକ :- ସମୀର ରଞ୍ଜନ ଦାଶ , ସଙ୍ଗୀତା ଦାଶ ,ଅନନ୍ତ ନାରାୟଣ ଜେନା , ସୁର ରାଉତରାୟ । ଏଡିଟର :- କରୁଣାକର ମଲ୍ଲିକ, ଜମ୍ବେଶ୍ୱର ଦଳାଇ, ବିଶ୍ୱଜିତା ବରାଳ, ସନ୍ଦିପା ଦଳାଇ । ମୁଖ୍ୟ ଉପଦେଷ୍ଟା:- ଡକ୍ଟର ହୁସେନ ରବିଗାନ୍ଧୀ । ଉପଦେଷ୍ଟା ମଣ୍ଡଳୀ :- ଶଙ୍କର୍ଷଣ ପରିଡ଼ା, ପଦ୍ମନାଭ ତ୍ରିପାଠୀ,ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ପିତାମ୍ବର ତରାଇ,ସୁକାନ୍ତ କୁମାର ରାଉତ, ସ୍ବାଧୀନ ଦାଶ,ବିଜୟ କୁମାର ମହାନ୍ତି,ପ୍ରମୋଦ ସୁଦର୍ଶନ ରାଉଳ, ଡକ୍ଟର ଦେବାଶିଷ ଜଷ୍ଟୀ,ପ୍ରଶନ୍ନ କୁମାର ନାୟକ,ପ୍ରଦ୍ୟୁମ୍ନ ଶତପଥି ପ୍ରମୁଖ ମନୋନୀତ ହୋଇଛନ୍ତି । ଏଥିସହିତ ମାର୍ଗଦର୍ଶକ ଭାବେ ଡ଼. ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।