ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା । ଗୁଜୁରାଟରେ ଫସି ରହିଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶା ସରକାର ଆଲୋଚନା କରିଛନ୍ତି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଥିଲେ । ଏହାପରେ ନିଷ୍ପତି ନିଆଯାଇଛି କି ବସ୍ ଯୋଗେ ଓଡିଆ ଶ୍ରମିକଙ୍କୁ ଫେରାଇ ଅଣାଯିବ ।
ସେଥିପାଇଁ ଦୁଇ ରାଜ୍ୟରୁ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯିବ । ଏହାପରେ ଶ୍ରମିକମାନଙ୍କୁ ନିରାପଦ ସହ ବସ ଯୋଗେ ଫେରାଇ ଅଣା ଯିବ ବୋଲି ନିଷ୍ପତି ନଆଯାଇଛି । କିନ୍ତୁ ବଡ କଥା ହେଉଛି ପ୍ରବାସୀ ଶ୍ରମିକମାନେ ଫେରିବା ପରେ ସମସ୍ତେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ।