ଭୁବନେଶ୍ୱର(ଏଟି ଆର ବ୍ୟୁରୋ):ଆଜି ରାଜ୍ୟସଭାରେ ଆରମ୍ଭ ହୋଇଛି ବଜେଟ ଅଧି ବେଶନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧି କଂଗ୍ରେସ ସଦସ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିବାସହ କକ୍ଷତ୍ୟାଗ କରିଥିଲେ ।
ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି କରୋନା ବେଳେ ଅଙ୍ଗନବାଡି ଦ୍ୱାରା ପିଲାଙ୍କର ପୃଷ୍ଟିସାଧନ ହୋଇଛି । ଏହା ଛଡା ଜନ ସ୍ୱାସ୍ଥ୍ୟ ଓ ଓ ସମସ୍ୟା ଦୁର ଉପରେ ସରକାର ସବୁବେଳେ ଗୁରୁତ୍ୱ ଦେଇନାନ୍ତି । ଏବଂ ଏହା ସହ ପିଲାଙ୍କ ପାଠପଢାରେ ବ୍ୟାହତ ହୋଇନାହିଁ ।
ବିଜେପି ସଦସ୍ୟମାନେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କକ୍ଷତ୍ୟାଗ କରିଥିଲେ । ଧାନମଣ୍ଡି ଅବ୍ୟବସ୍ଥା, କୋଟିଆ ବିବାଦ ଓ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ନଥିବାରୁ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।
ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଅଧିବେଶନ ଦୁଇଟି ପର୍ୟ୍ୟାୟରେ ଚାଲିବ । ୨୭ ତାରିଖରେ ଶେଷ ହେବ ପ୍ରଥମ ପର୍ୟ୍ୟାୟ ଅଧିବେଶନ । ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ୍ ୯ ଯାଏଁ ଚାଲିବ । ଆସନ୍ତା ୨୨ରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ।