ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚାଷୀଙ୍କ ଧାନ ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ରମ ପ୍ରସଙ୍ଗ ନେଇ ଗୃହରେ ଉତ୍ତୋଜନା ଦେଖାଦେଇଛି । ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ପରେ ଗୃହରେ ଅଚଳାବସ୍ଥା ଜାରି ରହିଛି । ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ।
ଅନ୍ୟପଟେ ବିଜେପି ବିଧାୟକ ଗୃହରେ ସରଦିଟାଇଜର ପିଇ ଗୃହର ମର୍ଯ୍ୟାଦାହାନୀ କରିଛନ୍ତି । ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି,’ବିଜେପି ଓ ବିଜେଡି ଚାହୁଁଛନ୍ତି ଗୃହରେ ବିଧାନସଭା ନ ଚାଲୁ । ଚାଷୀଙ୍କ ଧାନ ନ ଉଠୁ । ବିଜେଡି ଓ ବିଜେପି ବିଧାନସଭାରେ କେବଳ ଡ୍ରାମା କରୁଛନ୍ତି । ‘