ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ଗୃହରେ ହୋ-ହାଲା ହେବା ସହିତ ଗୃହ ସରଗରମ ହୋଇପାରେ । କାରଣ ବିଭିନ୍ନ ପ୍ରସଙ୍ଗ ଏବଂ ଦାବିକୁ ନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି ।
ଦ୍ୱିତୀୟ ଦିନର ଅଧିବେଶନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା,ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ ଆଦି ବିଭାଗର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ବିଧାନସଭା ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ସେହିପରି ସର୍ବମୋଟ ୩୧ ଟି କାର୍ଯ୍ୟଦିବସ ରହିଛି । ବଜେଟ୍ ଉପରେ ୧୪ ଦିନ ଯାଏଁ ଆଲୋଚନା କରାଯିବ । ଅର୍ଥମନ୍ତ୍ରୀ ଆସନ୍ତା ୧୮ ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନା କରିବେ ।