ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଜିଠୁ ବିଧାନସଭାରେ ଆରମ୍ଭ ହେବ ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ ଦଳ । ଆସନ୍ତା ୯ ତାରିଖ ଯାଏଁ ଅଧିବେଶନ ଚାଲିବାକୁ ଥିବା ବେଳେ ଏଥରକ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ସ୍ୱଳ୍ପ ସମୟ ଭିତରେ ଗୃହ ପୁରା ସରଗରମ ରହିବ ।
ଗୃହରେ ସରକାରଙ୍କୁ ଘେରିବା ପାଇଁ ବିରୋଛି ହାତରେ ଅନେକ ତାଲିକା ରହିଛି । ଗୋଟେପଟେ ଜଳସେଚନ ସମସ୍ୟା ମରୁଡି, ସାର ଅଭାବ, ଆଇନଶୃଙ୍ଖଳା ଆଦିକୁ ନେଇ ବିଜେପି ସରକାରଙ୍କୁ ଘେରିବାକୁ ଥିବା ବେଳେ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ସମେତ ବେକାରୀ ସମସ୍ୟା, ଦରବୃଦ୍ଧି, ଦୁନୀତି, ସ୍ୱାସ୍ଥ୍ୟସେବା, ଶିକ୍ଷକ ଅଭାବ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବାର ଯୋଜନା ରଖିଛି ।
ଅନ୍ୟପଟେ ବିରୋଧୀ ଦଳ ଆଣିଥିବା ସମସ୍ତ ପ୍ରସଙ୍ଗର ଉତ୍ତର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।