ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୩୦ ତାରିଖ ଦିନ ଲୋକସଭା ଭବନରେ ବସିବ ବିଧାନସଭା ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟାଣ ପାତ୍ର । ଏହା ସହ ସେ କହିଛନ୍ତି ଯେ, ଗତକାଲି ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛି । ରୋଗୀଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଥିବାର ଜଣା ପଡିଛି । ତେବେ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ।ଏହା ସହ ବିଧାନସଭାକୁ ସାନିଟାଇଜର କରାଯିବ । ତେବେ ୩୦ ତାରିଖ ଦିନ ବସିବାକୁ ଥିବା ବୈଠକରେ ସବୁ ଦଳର ନେତାଙ୍କୁ ୩୦ ପ୍ରତିଶତ ବିଧାୟକ ମାନଙ୍କୁ ନେଇକି ଆସିବାକୁ କୁହାଯାଇଛି । ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ।ସେହିଭଳି ବିଧାୟକ ମାନଙ୍କୁ ନଅଟକାଇବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇ ଦିଆଯାଇଛି । ଏହି ବୈଠକରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ ।
ସୂଚନା ଯୋଗ୍ୟ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ୧୯୮ ଟି ଦେଶକୁ ବ୍ୟାପି ସାରିଲାଣି । ପ୍ରାୟ ୧୬ ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୬୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୩ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶକୁ ୨୧ ଦିନ ଲକ୍ ଡାଉନ୍ କରିଛନ୍ତି ।