ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ବିଧାନସଭା ନେଇ ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସେଥିପାଇଁ ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ପଦରୁ ଇସ୍ତଫା ଦେବା ପରେ ବାଚସ୍ପତି ପଦ ଖାଲି ପଡିଛି । ସୂର୍ଯ୍ୟନାରାୟଣଙ୍କ ପରେ ନୂତନ ବାଚସ୍ପତି ଭଞ୍ଜନଗର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ହୋଇପାରନ୍ତି ବୋଲି ଜୋର ଧରିଛି ଚର୍ଚ୍ଚା ।