ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଏହାର ତୃତୀୟ ଦିବସ ଅଟେ । ଦୁଇ ଦିନ ହେବ ବିରୋଧୀ ଦଳଙ୍କ ହଟ୍ଟୋଗଳ କାରଣରୁ ସଭାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବି କରୁଛନ୍ତି । ବିରୋଧୀ ଉଭୟ ବିଜେପି ଓ କଂଗ୍ରେସ ପିଇଓ ସ୍ମୀତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବୀ କରି ସରକାରଙ୍କୁ ଘାଇଲା କରୁଛନ୍ତି ।
କାଲି ଏହି ବାବଦରେ ଗୃହ ଆରମ୍ଭ ହେବା ମାତ୍ରେ ହାତରେ ବ୍ୟାନର ଧରି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ । ଏହାକୁ ଦେଖି ଗୃହକୁ କିଛି ସମୟ ପାଇଁ ବାଚସ୍ପତି ମୁଲତବି କରିଥିଲେ । ପରେ ଏହି ପ୍ରସଙ୍ଗ ବାବଦରେ ଗୃହରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖି କହିଥିଲେ କି ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି । ଏହି ଉତ୍ତରରେ ବିରୋଧୀ ଦଳ କଂଗ୍ରେସ ମନ୍ତ୍ରୀଙ୍କ ତ୍ତର ସନ୍ତୁଷ୍ଟ ଜନକ ନୁହେଁ କହି କକ୍ଷତ୍ୟାଗ କରିଥିଲେ ଓ ବାଚସ୍ପତି ଏହା ପରେ ମୁଲତବୀ ପ୍ରସ୍ତାବକୁ ନାକଚ କରିଥିଲେ । ଦେଖିବାକୁ ବାକି ରହିଲା ଯେ କାଲିଭଳି ଆଜି କଣ ବିରୋଧୀ ଦଳ ସମାନ ପ୍ରସଙ୍ଗ ଉଠାଉଛନ୍ତି ନା ଆଉ କିଛି ନୂଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡୁଆର ପକାଉଛନ୍ତି ।