ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ୨୦୧୯ ଓ ୨୦ ନେଇ ବଜେଟ ଉପସ୍ଥାପନା କରିଛନ୍ତି । ବଜେଟକୁ ଦୁଇଭାଗରେ ବିଭକ୍ତ କରି ଉପସ୍ଥାପନା କରାଯାଉଛି । କୃଷିକୁ ଗୋଟିଏ ଭାଗରେ ଆଲୋଚନା କରାଯାଇଛି । ତେବେ ଜାଣନ୍ତୁ କୃଷି ବଜେଟରେ କଣ ରହିଛି । ସାର ଜଳସେଚନ ଭଳି ମୁଖ୍ୟ ସମସ୍ୟାକୁ ଦୃଷ୍ଟିରେ ରଖାଯାଇଛି ।
ଏଥର କାଳିଆ ପାଇଁ ମୋଟ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ, ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି ବ୍ୟୟବରାଦ, ମତ୍ସ୍ୟ ଚାଷୀଙ୍କୁ ପ୍ରେତ୍ସାହନ ପାଇଁ ପୋଖରୀ ଖୋଳାରେ ୫୦% ସବସିଡି. ଆଡିବନ୍ଧ ଯୋଜନା ପାଇଁ ୩୩ କୋଟି ଟଙ୍କା, ୨୦ ହଜାର ଗଭୀର ନଳକୂପ ପାଇଁ ୪୫୦ କୋଟି ଟଙ୍କା.
କୃଷି ଶିକ୍ଷା ଓ ଗବେଷଣା ପାଇଁ ୩୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ବୀମା ଯୋଜନା ପାଇଁ ୪୦୦ କୋଟି ଟଙ୍କ. ସାର ପାଇଁ ୧୦୦ କୋଟି ଟଙ୍କା, କୃଷି ଯନ୍ତ୍ରପାତି ପାଇଁ ୧୮୨ କୋଟି ଟଙ୍କ. ଚାଷୀମାନଙ୍କୁ ୧ ଲକ୍ଷ ପଯର୍ୟନ୍ତ ଋଣ ବିନା ସୁଧରେ ମିଳିବ, ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛ. ନବକୃଷ୍ଣ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି ବ୍ୟୟବରାଦ, ଏହିଭଳି କେତେକ ଗୁରୁତ୍ୱପୂଣ୍ଣ ବିଷୟରେ ଆଲୋଚନା ହୋଇଛି ।