ଭୁବନେଶ୍ୱର(ଏଟିଆର ବ୍ୟୁରୋ) : ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ସହ ଫୋନ୍ ଯେଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କଥାବର୍ତ୍ତା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ବାତ୍ୟା ଅମ୍ପାନଯୋଗୁ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ପାଇଁ ଓଡିଶାର ସମବେଦନା ରହିଛି ବୋଲି କହିଛନ୍ତି । ଏହା ସହ ବାତ୍ୟା ଅମ୍ପାନର ପ୍ରଭାବରେ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ବିଷୟରେ ମତତାଙ୍କ ଠାରୁ ପଚାରି ବୁଝିଛନ୍ତି ନବୀନ । ଏଭଲି ପରିସ୍ଥିତିର ମୁକାବିଲା କରିବା ପାଇଁ ଲୋକବଳ ଓ ସାମଗ୍ରୀବଳ ଯୋଗାଇ ଦେବା ସହ ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକତା ପହଞ୍ଚି ବାତ୍ୟା ଅମ୍ପାନରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡିବ ବୁଲି ଦେଖିବେ । ଏହା ପରେ ମମତାଙ୍କ ସହ ଅଲୋଚନା କରିବାର କର୍ଯ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ଅପରାହ୍ନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରମୁଖଙ୍କ ସହିତ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ।