ପୁରୀ (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରଥ ଯାତ୍ରା ନିମନ୍ତେ ଅନ୍ତିମ ସମନ୍ୱୟ କମିଟି ବୈଠକ ଶେଷ ହୋଇଛି । ରଥଯାତ୍ରାରେ ଯେପରି ଶାନ୍ତିଶୃଙ୍ଖଳାରେ କାର୍ଯ୍ୟ ସମାପ୍ତି ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ବୈଠକରେ ମୁଖ୍ୟତଃ ରାସ୍ତା ମରାମତି, ପାନୀୟ ଜଳ ଯୋଗାଣ, ରେଳ ବ୍ୟବସ୍ଥା, ଆଲୋକ, ସ୍ୱାସ୍ଥ୍ୟ, ପରିମଳ, ସ୍ୱରେଜ, ଡ୍ରେନେଜ ଆଦି ବିଷୟରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।