ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମ ଦିବସ । ୭୬ ବର୍ଷ ବୟସରେ ପାଦ ଥାପିଲେ ନବୀନ । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିବସ ପାଳନ କରିବେନି ବୋଲି ନିଷ୍ପତି ନେଇଛନ୍ତି ।
ସେ କହିଛନ୍ତି କି, ଓଡିଶାବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ । କୋଭିଡ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେବେ ଏଭଳି ସମୟରେ ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହେଲେ ଏହା ମୋ ପାଇଁ ଶୁଭେଚ୍ଛା ।
ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ କରୋନା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମ ଦିବସ ପାଳନ କରିନଥିଲେ । ଏଥରକ ମଧ୍ୟ ସାମନ ପରିସ୍ଥିତି ଯୋଗୁଁ ଜନ୍ମ ଦିବସ ନ ପାଳିବାର ନିଷ୍ପତି ନେଇଛନ୍ତି ।