ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜ୍ଞା ନେଇ ଯାଆନ୍ତୁ ନେଇ ଯାଆନ୍ତୁ … କୁକୁଡା କିଲୋ ୨୦ । ମାତ୍ର କୋଡିଏ ! ଗୋଟା ବ୍ରଏଲର କୋଡିଏ.. । ସରିଗଲା ସରିଗଲା ନେଇ ଯାଆନ୍ତୁ ଆଜ୍ଞା । ଏହି ଅଫର କେବଳ ସୀମିତ ସମୟ ପାଇଁ … । ଏବେ ଆପଣ ଭାବୁଥିବେ ନିଶ୍ଚୟ ଏ ଲକ ଡାଉନରେ ଘରେ ରହି ଆମେ ଗୋଟିଏ ପ୍ରକାର ସ୍ମରଣ ଶକ୍ତି ହରାଇ ବସିଲଣୁ ବୋଧେ । ହଁ ସ୍ମରଣ ଶକ୍ତି ହଜିବା ବି ସ୍ୱଭାବିକ । ଗତ ସପ୍ତାହରେ ଚିକେନ କିଲୋ ୨୦ ଟଙ୍କାରେ ମିଳୁଥିବା ବେଳେ ଦିନ କେଇଟାରେ ଯଦି କିଲ ପ୍ରତି ୧୮୦ ହୋଇଯିବ କଥା ସରିଲା । ଯିଏ ନାହିଁ ସିଏ ପାଗଳ ହୋଇଯିବ ।
ଏମିତି ଅବସ୍ଥା ଏବେ ହୋଇଛି ରାଜ୍ୟରେ । ଦେଶରେ ଲକ ଡାଡଉନ ଘୋଷଣା ହେବା ପରେ ଏବେ ଆମିଷ ବଜାରରେ ନିଆଁ ଲାଗିଛି । ୨ ସପ୍ତାହ ତଳେ କୁକୁଡାକୁ କେହି ପଚାରୁ ନଥିବା ବେଳେ ଏବେ କୁକୁଡା କହୁଛି ମତେ ଛୁଉଁନା । ସେହିଭଳି ମାଛ , ମଟନର ମଧ୍ୟ ଭାଉ କିଛି କମ ନାହିଁ । ମାଛ କିଲ ଏବେ ୨୫୦ ଛୁଇଁବାକୁ ବସିଲାଣି । ଆଉ ଦେଶିମାଛ କଥା ନକହିଲେ ଭଲ । ପୂର୍ବରୁ ଲୋକମାନେ କରୋନା ଭାଇରସକୁ ଡରି ଆମିଷ ଠାରୁ ନିଜକୁ ଦୂରେଇ ରଖୁଥିଲେ । ରାଜ୍ୟ ସରକାର ଯେବେ କହିଲେ କୁକୁଡା , ମାଛ ଆଦି ଆମିଷରେ କରୋନା ବ୍ୟାପି ନଥାଏ । ବରଂ ଏହାକୁ ଖାଇ ହେବ । ତା ପରଠାରୁ ତ ଆମିଷ ବଜାରରେ ଲାଗିଲା ନିଆଁ । ଏତ ମାତ୍ର ଲକ ଡାଉନର ୪ ଦିନ ଗଲା ଆହୁରି ୧୭ ଦିନ ଅଛି । ଲାଗୁଛି ଅଭାବୀ ବଜାରକୁ ଆର ସପ୍ତାହକୁ ବୋଧେ କୁକୁଡା ଲୋକଙ୍କୁ ଦେଖିଲେ ହସିବ । ଆଉ ମାଛ ଥଟା କରି କହିବ ହଇରେ ମଣିଷ ମତେ ଛୁଉଁନା ।