ଭୂବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଜାନୁୟାରୀ ମାସ ପାଇଁ ରାଜ୍ୟ ସରକାର କୋଭିଡ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଦୀର୍ଘ ୯ ମାସ ଧରି କରୋନା ପାଇଁ କଟକଣା ରହିଥିବା ବେଳେ ନୂଆବର୍ଷ ରୁ ଜନଜୀବନ ପାଇଁ ସ୍ୱାଭବିକ ଭାବେ ଉଦ୍ୟମ କରିଛନ୍ତି ।
ସେହିଭଳି ରାଜ୍ୟ ସରକାର ସିନେମା ହଲଗୁଡିକୁ ୫୦ ପ୍ରତିଶତ କ୍ଷମତା ସହ ଚାଲିବ ବୋଲି ଅନୁମତି ଦେଇଛନ୍ତି । ଯାତ୍ରା , ଏଣ୍ଟରଟେନମେଣ୍ଟ କମ୍ପେଲ୍ସ ଓ ଥିଏଟର ପାଇଁ ପ୍ରଶାସନ ଅନୁମତି ଦେବେ ।କୋଭିଡ ଗାଇଡଲାଇନ ପାଳନ କରିବା ମଧ୍ୟ ବାଧ୍ୟତାମୂଳକ ହେବ ।
ସେହିପରି ଜାନୁଆରୀ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ସାମାଜିକ , ରାଜନୈତିକ , ଧାର୍ମିକ , ସାଂସ୍କୃତିକ , ଶିକ୍ଷା ଆଦି ସମସ୍ତ ପ୍ରକାର ସମାବେଶ ପାଇଁ ୨୦୦ ଲୋକଙ୍କୁ ଏକତ୍ରିତ ହେବା ପାଇଁ ଅନୁମତି ମିଳିଛି ।ବିବାହ ଉତ୍ସବ ପାଇଁ ୨୦୦ ଲୋକଙ୍କ ପାଇଁ ଅନୁମତି ମିଳିଥିବା ବେଳେ ଶୋକାକୂଳ ପରିବେଶରେ ୧୦୦ ଲୋକଙ୍କ ପାଇଁ ଅନୁମତି ମିଳିଛି ।
ସଭାସ୍ଥଳୀ ମାନଙ୍କରେ ଏକତ୍ରିତ ହେଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତା ମୂଳକ ହେବ ।ସେହିଭଳି ସର୍ବସାଧାରଣ ସ୍ଥାନରେ ପାନ , ଗୁଟଖା ଏଣେତେଣେ ନ ପକାଇବା ପାଇଁ କଟକଣା ଜାରି କରାଯାଇଛି ।
ବୟସ୍କ ବ୍ୟକ୍ତି ତଥା ୬୫ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ଓ ଶିଶୁ , ଗର୍ଭବତୀ ମହିଳା ଓ ବହୁରୋଗରେ ପିଡିତ ଥିବା ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଜିଲ୍ଲାପାଳ , ପୋଲିସ ଅଧିକାରୀ , ମହାନଗର ନିଗମକୁ କୋଭିଡ ଗାଇଡ ଲାଇନ ପାଳନ କରିବା ପାଇଁଁ ନିର୍ଦ୍ଦେଶ ଦିଆଯାଇଛି ।