ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟପାଳ ଗଣେଷିଲାଲଙ୍କ ପତ୍ନୀ ସୁଶିଳା ଦେବୀଙ୍କ ର ଗତକାଲି ରାତିରେ ଦେହାନ୍ତ ହୋଇଯାଇଛି । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ସେ ନଭେମ୍ବର ୧ ତାରିଖରୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୁଶିଳା ଦେବୀ ଜଣେ ଧର୍ମପରାୟଣ,ପରୋପକାରୀ,ମହିଳା ଥିଲେ।ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ତାଙ୍କ ମୃତ ଶରୀରକୁ ଘରୋଇ ହସ୍ପିଟାଲରୁ ପ୍ରଥମେ ରାଜଭବନକୁ ଅଣାଯିବ । ଏହା ପରେ ପୁରୀ ନିଆଯାଇ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ କରାଯିବ ବୋଲି ସୂଚନା ମିଳିଛି ।