ଭୁବନେଶ୍ୱର(ଏଟିଆର ବ୍ୟୁରୋ); ସ୍ଥାନୀୟ ଜୟଦେବ ଭବନରେ ଷ୍ଟେଟ୍ ପ୍ରୋଗ୍ରେସିଭ ୱିମେନ ପକ୍ଷରୁ ଆୟୋଜିତ ହୋଇଥିବା ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶରେ ଓଡିଶାର ମହାମହିମ ରାଜ୍ୟପାଳ ଗଣେଷୀ ଲାଲ ଯୋଗ ଦେଇଛନ୍ତି । ମହିଳା ଶସକ୍ତି କରଣ ଏବଂ ଶିଶୁ ଶ୍ରମିକ ବୃଦ୍ଧି ହେଉଥିବା ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇଥିବାରୁ ଆୟୋଜକ ସଂସ୍ଥା ରାଜ୍ୟପାଳଙ୍କ ନିକଟରେ ଚିର ଋଣି ବୋଲି କହିଛନ୍ତି । ଆୟୋଜିତ ସଭାରେ ନିଜର ଅଭିଭାଷଣରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ଗଣେଷୀ ଲାଲ । ସମାଜରେ ନାରୀମାନଙ୍କର ଭୂମିକା ଏବଂ ସେମାନଙ୍କ ହେଉଥିବା ଅତ୍ୟାଚାରକୁ କିପରି ରୋକାଯାଇ ପାରିବ ସେ ବିଷୟରେ ନିଜର ଅଭିଭାଷଣରେ କହିଥିଲେ । ଶେଷରେ ସମାଜରେ ବିଭିନ୍ନ କ୍ଷେତ୍ରରେ ନାଁ କରିଥିବା ବ୍ୟକ୍ତିମାନଙ୍କ ରାଜ୍ୟପାଳ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।
ଦ୍ୱିତୀୟ ଦିନରେ ଆୟୋଜିତ ହୋଇଥିବା ଏହି ସଭାରେ ରାଜ୍ୟପାଳଙ୍କ ସମେତ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ,ପୂର୍ବତନ ରାଜ୍ୟସଭା ସାଂସଦ ମିରା ଦାସ,ସୁପ୍ରିମ କୋର୍ଟରେ କାର୍ଯ କରୁଥିବା ବରିଷ୍ଠ ଆଇନଜୀବୀ ମାନସ ପଟ୍ଟନାୟକ ଏବଂ ଦେବୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଆମନ୍ତ୍ରିତ ଅତିଥୀମାନେ ନାରୀ ମାନଙ୍କର ତ୍ୟାଗ,ସ୍ନେହ,ଶ୍ରଦ୍ଧା ଏବଂ ସେବା ସମନ୍ଧରେ କହିଥିଲେ । ନାରୀମାନଙ୍କ ମହାନତା ବିଷୟରେ କହିବାକୁ ଯାଇ ଇତିହାସର ବହୁ ଉଦାହରଣମାନ ଦେଇଥିଲେ । ମହାନ ଯୋଦ୍ଧା ଅଶୋକ ଏବଂ ଆକବର ତାଙ୍କ ମା ମନରେ ଦେଇଥିବା ଦୃଢ଼ମନୋବୃତ୍ତି ପାଇଁ ଆଜିର ସମାଜ ସେମାନଙ୍କୁ ମନେରଖିଥିବା କଥା କହିଥିଲେ ।
ସରକାର ଶିଶୁ ମାନଙ୍କ ପାଇଁ ବହୁ ସୁବିଧା ସୁଯୋଗ କରିବା ପରେ ମଧ୍ୟ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଣୁ ଏହା କିପରି କମିବ ଏବଂ ଶିଶୁମାନେ କିପରି ଆଗକୁ ବଢ଼ିବେ ସେ ସମ୍ପର୍କରେ ଆଲୋଚନା ନିମନ୍ତେ ଏପରି ଏକ ସଭାର ଆୟୋଜନ କରାଯାଇଛି । ପ୍ରଥମ ଦିନରେ ବହୁ ବରିଷ୍ଟ ବୁଦ୍ଧିଜୀବୀ ଏବଂ ରାଜନେତାମାନେ ମଧ୍ୟ ଯୋଗଦେଇଥିଲେ । ପ୍ରଥମ ଦିନରେ ଓଡିଶା ସରକାରଙ୍କ ଅର୍ଥ ଏବଂ ଅବକାରୀ ବିଭାଗରେ ଥିବା ମନ୍ତ୍ରୀ ଶଶୀ ଭୂଷଣ ବେହେରା ଯୋଗ ଦେଇଥିଲେ ।