ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାରାତ୍ମକ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ନିକଟରେ ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରିଥିଲେ ରାଜ୍ୟ ସରକାର । ଏବେ ପୁଣି ଏହି ଲକ୍ ଡାଉନ୍ କୁ ସଂପ୍ରସାରଣ କରି ଆଉ ୯ ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ସେହିଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ୱାରା ସର୍ବମୋଟ୍ ୧୪ ଟି ଜିଲ୍ଲାକୁ ଲକ୍ ଡାଉନ୍ କରାଯାଇଛି । ଏହି କଟକଣା ମାର୍ଚ୍ଚ ୨୪ ତାରିଖ ସକାଳୁ ଲାଗୁ କରାଯିବ ।
ମାତ୍ର ଲକ୍ ଡାଉନ୍ ଜିଲ୍ଲା ଗୁଡିକରେ ସମସ୍ତ ଜରୁରୀ ସେବା ଉପଲବ୍ଧ ରହିବ । କେବଳ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ବର୍ତ୍ତମାନ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଲକ୍ ଡାଉନ୍ ଜିଲ୍ଲା ମଧ୍ୟରେ ରହିଛି ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର,ଝାରସୁଗୁଡା, ପୁରୀ, ଜଗତସିଂହପୁର, ନୟାଗଡ, ଯାଜପୁର ।