ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି କରୋନା । ସେ ଭୁବନେଶ୍ୱର ଝାରପଡାର ଜଣେ ୭୨ ବର୍ଷିୟ ବୃଦ୍ଧ । ଏହାସହିତ ଏବେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଛୁଇଁଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ପ୍ରକୃତରେ ରାଜ୍ୟରେ ଯେଉଁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେହି ବ୍ୟକ୍ତି କାହା କାହା ସଂଶ୍ପର୍ଷରେ ଆସିଛନ୍ତି, ସେନେଇ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି । ସିଧା କହିବାକୁ ଗଲେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି ।
ସୂଚନାଯୋଗ୍ୟ, ଗତକାଲି ଝାରପଡାର ୭୨ ବର୍ଷିୟ ବୃଦ୍ଧଙ୍କ କରୋନା ପଜିଟିଭ୍ କେସ ପରେ ଏମ୍ସ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ତାଙ୍କର ଅନେକ ରୋଗ ମଧ୍ୟ ପୂର୍ବରୁ ଥିଲା । ସେଥିପାଇଁ ଏପ୍ରିଲ ୬ ରେ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ ତାପରେ ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।