ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ରାଜକୋଷ ଦୁର୍ବଳ ହୋଇ ଗଲାଣି । ଆଉ ରାଜ କୋଷରେ ଟଙ୍କା ନାହିଁ । ଯାହକୁ ନେଇ ଏବେ ଚିନ୍ତାରେ ସରକାର । ଭଣ୍ଡାର ଭରିବାକୁ ଏବେ ସରକାର ଆଉ ଏକ ଅଭିନବ ଚିନ୍ତା କରୁଛନ୍ତି । ସବୁ ଅଞ୍ଚଳରେ ମଦ ଦୋକାନ ଖୋଲିବ ଆଉ ରାଜ୍ୟରେ କିଭଳି ମଦୁଆ ବଢିବେ ସେ ନେଇ ବୁଦ୍ଧି ବିଦ୍ୟା ଲଗାଉଛନ୍ତି ସରକାର । ଏଥିପାଇଁ ଏବେ ଅବକାରୀ ଅଧିକ୍ଷକଙ୍କୁ ନିର୍ଦେଶ ହୋଇଛି ନୂଆ ମଦ ଦୋକାନ ଖୋଲିବାକୁ ସ୍ଥାନ ଖୋଜିବାକୁ ।
ଜିଲ୍ଲା ଥାନା ଅବକାରୀ ଅଧିକାରୀ ମାନେ ନିଜ ଅଞ୍ଚଳରେ କେଉଁ କେଉଁ ସ୍ଥାନରେ ଆଉ ନୂଆ ମଦ ଦୋକାନ ହୋଇ ପାରିବ ସେ ଯାଗା ଚିହ୍ନଟ କରି ତୁରନ୍ତ ଅବକାରୀ ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦେଶ ହୋଇଛି । ଏହି କ୍ରମରେ ଅବକାରୀ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଚିଠି ଲେଖା ଯାଇଛି । କେବଳ ସେତିକି ନୁହେଁ ନୂଆ ଦୋକାନ ଖୋଲିବା ପରେ ସେ ଦୋକାନର ଗ୍ରାହକ କେତେ ହେବେ ସେ ନେଇ ମଧ୍ୟ ଆନୁମାନିକ ଗଣିତ କରିବାକୁ ନିର୍ଦେଶ ହୋଇଛି । ଅନ୍ୟପଟେ ସରକାରଙ୍କ ଏହି ଆଭିମୁଖ୍ୟକୁ ବିଭିନ୍ନ ସଂଗଠନ ପକ୍ଷରୁ ନିନ୍ଦା କରାଯାଉଛି ।