ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଅଲଗା ଅଲଗା ଫିଭର କ୍ଲିନିକ୍ ବିଶିଷ୍ଟ ଘରୋଇ ହସ୍ପିଟାଲର ତାଲିକା ଘୋଷଣା କରାଯାଇଛି । ଏହି ହସ୍ପିଟାଲରେ ଫ୍ଲୁ ଭଳି ଲକ୍ଷଣ ଚିକିତ୍ସା କରାଯାଇ ପାରିବ ।
ଏଭଳି ଲକ୍ଷଣ ଥିବା ବ୍ୟକ୍ତି ଏହି ହସ୍ପିଟାଲ ମାନଙ୍କୁ ଚିକିତ୍ସିତ ଲାଗି ଯିବା ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ଅନେକ ଘରୋଇ କ୍ଲିନିକ ଗୁଡିକରେ କୋଭିଡ ମାମଲା ପରୀକ୍ଷା ପାଇଁ ସ୍ୱତନ୍ତ୍ର ସୁବିଧା ନାହିଁ, ଯାହାଦ୍ୱାରା ଅନ୍ୟ ସାଧାରଣ ରୋଗୀଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ସେଥିପାଇଁ ଫ୍ଲୁ ଭଳି ଲକ୍ଷଣ ଥିବା ଲୋକଙ୍କ ଚିକିତ୍ସା ପାଇଁ କିଛିଟା ଘରୋଇ କ୍ଲିନିକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ସେହି ଘରୋଇ ହସ୍ପିଟାଲ ମଧ୍ୟରେ ଆମ୍ରି ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ, ନିଳାଚଳ ହସ୍ପିଟାଲ, ସନସାଇନ୍ ହସ୍ପିଟାଲ, ସ୍ପର୍ଶ ହସ୍ପିଟାଲ, ବ୍ଲୁହ୍ୱିଲ ହସ୍ପିଟାଲ, କେୟାର ହସ୍ପିଟାଲ, ଅଶ୍ୱିନ ଆଦିତ୍ୟ ହସ୍ପିଟାଲ, ଭୁବନେଶ୍ୱର ହସ୍ପିଟାଲ, ବିଏମଆରଆଇ ଇଂଷ୍ଟିଚ୍ୟୁଟ ଏବଂ ନର୍ସିଂ ହୋମ, ପଣ୍ଡା ହସ୍ପିଟାଲ, ପଣ୍ଡା ନର୍ସିଂ ହୋମ, ମା ଶକ୍ତି ହସ୍ପିଟାଲ , ଗ୍ୟାଷ୍ଟ୍ରୋ କିଡନୀ କେୟାର, ବିବେକାନନ୍ଦ ହସ୍ପିଟାଲ ଏବଂ ଉସ୍ତି ହସ୍ପିଟାଲ ।
The following hospitals have been notified as Fever Clinics in Bhubaneswar and general public are advised to visit only these hospitals for treatment of flu like symptoms. #COVID19 #OdishaFightsCorona pic.twitter.com/IjcI89AX86
— H & FW Dept Odisha (@HFWOdisha) April 10, 2020
ଏହାବ୍ୟତିତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ ରାଉଲକେଲା ଏବଂ ଯେକୌଣସି ଅନ୍ୟ ଡିଏଚଏଚ କୁ ଲୋକେ ଚିକିତ୍ସା ପାଇଁ ଯାଇ ପାରିବେ । ଯେଉଁଠି ଅଲଗା ଅଲଗା ଜ୍ୱର କ୍ଲିନିକ ସୁବିଧା ରହିଛି ।