ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପଦ୍ମଶ୍ରୀ ବିଜେତା ଦୈତାରୀ ନାଏକଙ୍କୁ ମିଳିବ ସରକାରୀ ସହାୟତା । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ତେବେ ଦୈତାରୀ ପଦ୍ମଶ୍ରୀ ପୁରଷ୍କାର ମିଳିବା ପରେ ତାଙ୍କୁ କେହି କାମକୁ ନେଉ ନାହାଁନ୍ତି । କାରଣ ଏତେ ବଡ ପୁରଷ୍କାର ପାଇବା ପରେ କେହି ତାଙ୍କୁ କାମ ଦେଇନଥିଲେ । ଫଳରେ ସେ ବହୁତ ଅସୁବିଧାରେ ଚଳୁଥିଲେ ।
ଦୈତାରୀ ଅସୁବିଧାରେ ଚଳୁଥିବା ଖବର ବାରମ୍ବାର ପ୍ରସାରଣ କରାଯାଇଥିଲା । ତେବେ ଏହି ଖବର ପ୍ରସାରଣ ପରେ ଏବେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଯେଉଁ କାରଣରୁ ରାଜ୍ୟ ସରକାର ଦୈତାରୀଙ୍କୁ ମାସିକ ଦଶ ହଜାର ଦେବା ପାଇଁ ଘୋଷଣା କରିଛନ୍ତି । ଗତକାଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗରିବ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ବୋଲି ସୂଚନା ମିଳିଛି।