ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ଏଥିରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜର ହାଉସ ସର୍ଜନ ଉପକୃତ ହେବେ । ମାସକୁ ୨୦ ହଜାରରୁ ୨୮ ହଜାର ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଡିଏମଇଟିଙ୍କୁ ଉପସଚିବ ଚିଠି ଲେଖିଥିବା ଜଣାପଡିଛି ।
୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଏହି ଷ୍ଟାଇପେଣ୍ଡ ଲାଗୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହାଉସ୍ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରାନଗଲେ ୨୨ ରୁ କଳାବ୍ୟାଚ ପିନ୍ଧିବା ସହ ୨୮ ରୁ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ କରିବା ପାଇଁ ଚେତାବନୀ ଦେଇଥିଲା ସଂଘ ।
ଜାନୁଆରୀ ୨୨ ରୁ ଦାବି ପୁରଣ ନ ହେବାରୁ କଳାବ୍ୟାଚ ପିନ୍ଧି ଆନ୍ଦୋଳନରେ ବସିଥିଲେ । କିନ୍ତୁ ଆଜି ସରକାରୀ ହାଉସ୍ ସର୍ଜନମାନଙ୍କ ଦାବି ପୂରଣ କରି ଷ୍ଟାଇପେଣ୍ଡକୁ ୨୦ରୁ ୨୮ହଜାରକୁ ବୃଦ୍ଧି କରିଛନ୍ତି। ଏହା ଆଗାମୀ ୩ ବର୍ଷ ପାଇଁ ଲାଗୁ ହେବ।