ଭୁବନେଶ୍ୱର(ଏଡିଆର ବ୍ୟୁରୋ):ରାଜ୍ୟ ସରକାର ଓଡ଼ିଶାରେ କୋଭିଡ଼୍ ପରୀକ୍ଷାର ନୁଆ ଦର ଧାର୍ଯ୍ୟ କରିଛନ୍ତି । ଘରୋଇ ଲ୍ୟାବରେ କରୋନା ଟେଷ୍ଟୁ ଫି ନିର୍ଦ୍ଧାରଣ କରିଛନ୍ତି । ୧୨ ଶହ ଟଙ୍କା ପରିବର୍ତ୍ତେ ଏଣିକି ୪ଶହ ଟଙ୍କା ହେବ କୋଭିଡ଼ ଆର.ଟି.-ପି.ସି.ଆର ପରୀକ୍ଷଣ । ଯାହାକି ଅନ୍ୟରାଜ୍ୟ ତୁଳନାରେ ସବୁଠୁ ଶସ୍ତା ।ଆରଏମଆରସିର ତତ୍ତ୍ୱାବଧାନରେ ଘରୋଇ ଲ୍ୟାବଗୁଡ଼ିକ ପରୀକ୍ଷା କରିବେ ।
ଅଗଷ୍ଟ ମାସରେ ରାଜ୍ୟ ସରକାର କୋଭିଡ଼ ଆର.ଟି.-ପି.ସି.ଆର ପରୀକ୍ଷା ଦର ୨୨୦୦ ଟଙ୍କା କୁ ହ୍ରାସ କରିଥିଲେ । ଦିଲ୍ଲୀ ସରକାର ମଧ୍ୟ ଆର.ଟି.-ପି.ସି.ଆର ପରୀକ୍ଷା ଦର କମାଇଥିଲେ । ଗୁଜୁରାଟ ଏବଂ ଦିଲ୍ଲୀରେ ଘରୋଇ ଲ୍ୟାବ୍ରେ ପରୀକ୍ଷାର ଦର ୨୪୦୦ ରୁ ହ୍ରାସ କରି ୮୦୦ ଟଙ୍କ।। କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଉତ୍ତରାଖଣ୍ଡରେ ମଧ୍ୟ ଏହି ଦର ୧୬୦୦ ରୁ ହ୍ରାସ ପାଇଁ ୯୦୦ ଟଙ୍କା ହୋଇଥିବାର ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଓଡ଼ିଶା ସରକାର ମଧ୍ୟ କୋଭିଡ଼ ଆର.ଟି.-ପି.ସି.ଆର ପରୀକ୍ଷା କମାଇଛନ୍ତି ।