ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜସ୍ୱ ଓ ବିପର୍ଯ୍ୟ ବିଭାଗ ପକ୍ଷରୁ ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ସରକାରୀ ଛୁଟି ତାଲିକା ଜାରି କରାଯାଇଛି । ଏଥିରେ ୩୦ ଟି ସରକାରୀ ଛୁଟି ଏବଂ ୬ଟି ଇଛାଧୀନ ଛୁଟି ରହିଛି । ୬ଟି ଇଛାଧୀନ ଛୁଟି ମଧ୍ୟରୁ କର୍ମଚାରୀ କୌଣସି ଗୋଟିଏ ନିଜ ଅନୁସାରେ ଛୁଟି ନେଇ ପାରିବେ ।
ଏହାବ୍ୟତିତ କର୍ମଚାରୀଙ୍କୁ ୪୬ଟି ରବିବାର ଓ ୨୨ ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ପାଇଁ ଛୁଟି ମିଳିବ । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର, ସରକାରୀ ଛୁଟି ଏବଂ ଗୋଟିଏ ଇଛାଧୀନ ଛୁଟିକୁ ମିଶାଇ ୯୯ ଟି ଛୁଟି ପାଇବେ କର୍ମଚାରୀ ।