ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସଶକ୍ତିକରଣ କରିବା ପାଇଁ ଓଡିଶା ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଯେଉଁ ସ୍କୁଲଗୁଡିକରେ ଶିକ୍ଷା ପ୍ରଣାଳୀ ଉନ୍ନତ ନୁହେଁ ସେଠାରୁ ପିଲା ଚୟନ କରି ବିଭିନ୍ନ ସରକାରୀ ଆବାସିକ ବିଦ୍ୟାଳୟରେ ପ୍ରବେଶ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।
ସୂଚନା ଅନୁସାରେ, ୨୦୧୭-୧୮ ମସିହାର ଏକ ସର୍ଭେରୁ ଜଣାପଡିଛି ଯେ, ଅନୁନ୍ୟ ୩୬୪୯ ଜଣ ଛାତ୍ରଛାତ୍ରୀଙ୍କୁ ସରକାରୀ ଆବାସିକ ବିଦ୍ୟାଳୟରେ ପ୍ରବେଶ କରିବା ଜରୁରୀ ।