ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ସାରା ଦେଶ ଲକ ଡାଉନରେ ରହିଛି । ରାଜ୍ୟ ବାହାରକୁ ଯିବା ଆସିବା ଉପର କରାଯାଇଛି କଟକଣା । ଯାହାଫଳରେ ଚିକିତ୍ସା ଭଳି ଜରୁରୀ କାମ ପାଇଁ ବାହାରକୁ ଯିବାକୁ ଚାହୁଥିବା ଲୋକ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି ।
ଯେଉଁମାନେ ରାଜ୍ୟ ବାହାରକୁ ଯିବାକୁ ଚାହୁଁଛନ୍ତି ସେମାନେ ରାଜ୍ୟ ସରକାରଙ୍କ ପାଖରେ ଇ-ପାସ ପାଇଁ ଆବେଦନ କରି ପାରିବେ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Happy to share that #Odisha has launched #ePass for people who are stranded here & need to travel to other states. Log into https://t.co/sAHr5LiWpV & apply. After online approval, #ePass with passenger & vehicle details will be sent to applicant though SMS & Email.#OdishaCares pic.twitter.com/I3ebZt5OeT
— Naveen Patnaik (@Naveen_Odisha) May 6, 2020
ଏଥିପାଇଁ ଆପଣଙ୍କୁ covid19.odisha.gov.in ରେ ଆବେଦନ କରିବାକୁ ପଡିବ । ଏଥିରେ ଆପଣଙ୍କ ଯାତ୍ରା ବିବରଣୀ ସହିତ ସମସ୍ତ ଡାଟା ଦେଇ ସାରିବା ପରେ ଏହାକୁ ଜିଲ୍ଲାସ୍ତରରେ ତର୍ଜମା କରାଯିବା ପରେ ମଞ୍ଜୁରୀ ଦିଆଯିବ । ପରେ ଏହାକୁ ମେଲ ମାଧ୍ୟମରେ ଆପଣଙ୍କ ନିକଟକୁ ଆସିବ । ଯାହାକୁ ଆପଣ ଡାଉନଲୋଡ କରିବା ସହିତ ପ୍ରିଣ୍ଟ କରିପାରିବେ ।