ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ପକ୍ଷରୁ ଏକ ବାଇକ ରାଲି କରାଯାଇଥିଲା । ଯେଉଁଥିରେ କର୍ମୀ ମାନେ ବିନା ହେଲମେଟରେ ରାଲି କରିଥିଲେ ।
ଏହାପରେ ବିଭିନ୍ନ ଗଣମାଧ୍ୟମରେ ଏହି ତଥ୍ୟ ପ୍ରକାଶ ପାଇବା ପରେ କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ୍ କରି ଘଟଣା କୁ ଗୁରୁତର ରୁପେ ନେଇ ବିଜେଡି କର୍ମୀଙ୍କ ନାଁରେ ୨୫୦୦୦ଟଙ୍କାର ଚାଲାଣ କଟାଯାଇଛି ।
ଟ୍ରାଫିକ ନିୟମର ଉଲଘଂନ ଓ ବିନା ହେଲମେଟରେ ଯାତ୍ରା କରିବା ପାଇଁ ବିଜେଡି କର୍ମୀ ମାନଙ୍କୁ ତଣ୍ଡ ଗଣିବାକୁ ପଡିଛି । ନିୟମ ସମସ୍ତଙ୍କ ପାଇଁ ସମାନ ହୋଇଥିବାରୁ କେହି ମଧ୍ୟ ଏଥିରୁ ବର୍ତ୍ତି ପାରିନାହାନ୍ତି ।