କଟକ (ଏଟିଆର ବ୍ୟୁରୋ) ; ଓଡିଶା ହାଇକୋର୍ଟରେ ନିଯୁକ୍ତି ନେଲେ ୨ ନୂଆ ବିଚାରପତି । ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ. ଜାଭେରୀ ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ହାଇକୋର୍ଟ ପରିସରରେ ଜଷ୍ଟିସ ଶତୃଘ୍ନ ପୂଜାହାରୀ ଓ ଜଷ୍ଟିସ ଡକ୍ଟର ଅକ୍ଷୟ କୁମାର ମିଶ୍ର ଶପଥ ଗ୍ରହଣ କରିଚନ୍ତି । ଏହି ଦୁଇ ଜଣ ବିଚାରପତିଙ୍କ ହାଇକୋର୍ଟରେ ଯୋଗଦେବା ପରେ ବିଚାରପତି ସଂଖ୍ୟା ୧୪କୁ ବଢ଼ି ଯାଇଛି । ଜଷ୍ଟିସ ଶତୃଘ୍ନ ପୂଜାହାରୀ ମାଡ୍ରାସରୁ ବଦଳି ହୋଇ ଆସିଥିବା ବେଳେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଥିବା ବେଳେ ପ୍ରଥମଥର ପାଇଁ ବିଚାରପତି ପଦରେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ଜଷ୍ଟିସ ସୁଜିତ ନାରାୟଣ ପ୍ରସାଦ ଏବଂ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଅନ୍ୟତ୍ର ବଦଳି ହୋଇଯାଇଥିବା ବେଳେ ଏମାନଙ୍କ ଜାଗାରେ ଏହି ଦୁଇଜଣ ବିଚାରପତିଙ୍କୁ ନିଯୁକ୍ତି କରାଯାଇଛି ।
ଓଡିଶା ହାଇକୋର୍ଟରେ ୨୭ ଜଣ ବିଚାରପତି ଆବଶ୍ୟକ ଥିବା ବେଳେ ଏବେ ମାତ୍ର ୧୫ ଜଣ କାର୍ଯ୍ୟ କରୁଛନ୍ତି । ତେବେ ବାକି ୧୩ ଜଣ ବିଚାରପତିଙ୍କ ପଦ ଖାଲି ପଡିଛି । ଓଡିଶା ହାଇକୋର୍ଟରେ ଏବେ ୧ ଲକ୍ଷ ୭୦ ହଜାର ୧୩୦ଟି ମାମଲା ବିଚାର ପାଇଁ ପଡିରହିଛି । ୧୪ ଜଣ ବିଚାରପତି ଏତେସାରା କେସର ବିଚାର କରିବା ପାଇଁ ବହୁଦିନ ଲାଗିବ । ଓଡିଶା ହରଇକୋର୍ଟରେ ଶେଷଥର ପାଇଁ ୨୦୧୫ ଏପ୍ରିଲ ୧୭ରେ କେ.ଆର. ମହାପାତ୍ର ଓ ଜଷ୍ଟିସ ଜେ.ପି. ଦାସ ବିଚାରପତି ଭାବରେ ଶେଷଥର ପାଇଁ ହାଇକୋର୍ଟରେ ନିଯୁକ୍ତି ହୋଇଥିଲେ । ଗତ ତିନି ବର୍ଷ ଏକାଧିକ ବିଚାରପତି ଅବସର ନେଇଥିଲେ ମଧ୍ୟ ନୂଆ ବିଚାରପତି ଯୋଗ ଦେଇନାହାଁନ୍ତି ।