କଟକ (ଏଟିଆର ବ୍ୟୁରୋ): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ନେବେ ଜଷ୍ଟିସ ସଞ୍ଜୁ ପଣ୍ଡା । ଜଷ୍ଟିସ ଜାଭେରୀ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ସଞ୍ଜୁ ପଣ୍ଡା । ତାଙ୍କୁ ଦାୟିତ୍ୱ ଦେଇଥିବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ଆଜି ଜଷ୍ଟିସ ସଞ୍ଜୁ ପଣ୍ଡା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସୂଚନାନୁଯାୟୀ, ଜଷ୍ଟିସ ଜାଭେରୀ ଓଡିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଥିଲେ । ସେ ମୁଖ୍ୟ ବିଚାରପତି ଭାବେ ୨୦୧୮ ଅଗଷ୍ଟ ୧୨ରେ ଶପଥ ନେଇଥିଲେ । ସେ ତାଙ୍କ ଓକିଲାତି କ୍ୟାରିୟର କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ୧୯୮୩ ମସିହାରୁ ଆରମ୍ଭ କରିଥିଲେ । ୨୦୦୫ରେ ସେ ଗୁଜୁରାଟ ହାଇକୋର୍ଟର ସ୍ଥାୟୀ ବିଚାରପତି ଥିବା ବେଳେ ୨୦୧୬ରେ ରାଜସ୍ଥାନ ହାଇକୋର୍ଟକୁ ତାଙ୍କୁ ବଦଳି କରାଯାଇଥିଲା ।