ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆମ ରାଜ୍ୟରେ ୩ଟା କଥା ସମସ୍ତେ ଭଲ ଭାବେ ଜାଣନ୍ତି । ବୁଢ଼ା ହୁଅନ୍ତୁ କି’ ଛୁଆ ସେହି ୩ଟା କଥାକୁ ବେଶୀ ପସନ୍ଦ କରନ୍ତି । ସେଗୁଡ଼ିକ ହେଲା ପଖାଳ, ପଟ୍ଟନାୟକ ଓ ପର୍ଣ୍ଣ । ଶୁଣିବାକୁ ଅଜବ ଲାଗୁଥିଲେ ବି ଏଇଟା ହିଁ ଚାଲିଛି ।
କଥା ଏମିତି… ପଖାଳ ହେଉଛି ଓଡ଼ିଶାଙ୍କ ପ୍ରିୟ ଖାଦ୍ୟ । ଘରେ ଘରେ ପଖାଳର ଚାହିଦା ରହିଛି । ସେ ଗାଁ ହେଉ କି’ ସହର । ସବୁଠି ପଖାଳର ଚାହିଦା । ଆଗରୁ ପଖାଳ ସାଙ୍ଗେ ଲଙ୍କା ପିଆଜ ହୋଇଗଲେ କଂସେ ପଖାଳ ଉଠି ଯାଉଥିଲା । ଏବେ ବଡ଼ ବଡ଼ ହୋଟେଲରେ ପଖାଳ ପ୍ରସ୍ତୁତ ହେଉଛି । ତେଣୁ ପଖାଳର ସ୍ଥାନ ଆମ ଓଡ଼ିଶାରେ ସ୍ୱତନ୍ତ୍ର ।
ଏବେ ଆସିବା ପଟ୍ଟନାୟକଙ୍କ କଥାକୁ… ଓଡ଼ିଶା ରାଜନୀତିରେ ପଟ୍ଟନାୟକ ସାଙ୍ଗିଆ ଧାରୀମାନଙ୍କ ଦବଦବା ରହିଛି । ଏବେ ବି ଜଣେ ପଟ୍ଟନାୟକ ସାଙ୍ଗିଆଧାରୀ ଦୀର୍ଘ ୧୮ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାରରେ ୧୦ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଜାନକୀ ବଲ୍ଲଭଙ୍କ ପୂର୍ବରୁ ଓଡ଼ିଶାର ତଥା କଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଶାର ଶାସନ ଭାର ଦୀର୍ଘବର୍ଷ କାଳ ସମ୍ଭାଳିଥିଲେ । ଆଗକୁ ଆହୁରି ୫ ବର୍ଷ ମଧ୍ୟ ପଟ୍ଟନାୟକ ସାଙ୍ଗିଆଧାରୀ ଓଡ଼ିଶାରେ ଶାସନ କରିବା ଏକ ପ୍ରକାରର ନିଶ୍ଚିତ ।
ଓଡ଼ିଶାରେ ଦୁର୍ନୀତି, ଅପରାଧ ଓ ମହିଳାଙ୍କ ଉପରେ ନିର୍ଯାତନା ବଢ଼ୁଥିଲେ ମଧ୍ୟ ଓଡ଼ିଶାବାସୀ କିନ୍ତୁ ପଟ୍ଟନାୟକ ସାଙ୍ଗିଆଧାରୀଙ୍କୁ କେବେ ବି ଛାଡ଼ି ପାରୁନାହାନ୍ତି । ଖାସ୍ ସେଥିପାଇଁ ଦୀର୍ଘ ୧୮ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ ସେମାନେ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରୁଛନ୍ତି ।
ଏବେ ଆସିବା ପର୍ଣ୍ଣ କଥାକୁ । ପର୍ଣ୍ଣ ମାନେ ଅଶ୍ଳୀଳ ଭିଡିଓ । ଓଡ଼ିଶାବାସୀ ପର୍ଣ୍ଣ ଭିଡିଓ ଦେଖିବାରେ ଏବେ ନୂଆ ରେକର୍ଡ କରିଛନ୍ତି । ପର୍ଣ୍ଣହବ ୱେବସାଇଟ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ମୁକେଶ ଅମ୍ବାନୀଙ୍କ ଜିଓ ଓଡ଼ିଶା ମାର୍କେଟକୁ ଆସିବା କ୍ଷଣୀ ଲୋକେ ବେଶୀ ସଂଖ୍ୟାରେ ଅଶ୍ଳୀଳ ଭିଡିଓ ଦେଖୁଛନ୍ତି । ଭାରତ ମଧ୍ୟରେ ପର୍ଣ୍ଣ ଭିଡିଓ ଦେଖିବାରେ ଓଡ଼ିଶାବାସୀ ଏକ ନମ୍ବର ସ୍ଥାନରେ ରହି ଏକ ବିରଳ ରେକର୍ଡ ହାସଲ କରିଛନ୍ତି । ବିଶ୍ୱରରେ ପର୍ଣ୍ଣ ଭିଡିଓ ଦେଖିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ୩ ନମ୍ବର ସ୍ଥାନରେ ରହିଛି । ଅର୍ଥାତ ଭାରତର ଲୋକେ ପର୍ଣ୍ଣ ଭିଡିଓ ଦେଖିବାକୁ ଭାରି ଭଲ ପାଆନ୍ତି ।
ପୂର୍ବରୁ ଦକ୍ଷିଣ ଭାରତୀୟମାନେ ଅଧିକାଂଶ ସଂଖ୍ୟାରେ ପର୍ଣ୍ଣ ଭିଡିଓ ଦେଖୁଥିବା ସର୍ଭେରୁ ଜଣାପଡ଼ିଥିଲା । କିନ୍ତୁ ଏବେ ଓଡ଼ିଶାବାସୀ ଏହାକୁ ଅତିକ୍ରମ କରି ଯାଇଛନ୍ତି । ଓଡ଼ିଶା ମାର୍କେଟରେ ବର୍ତମାନ ବଲିଉଡରେ ଅଭିନୟ କରୁଥିବା ପୂର୍ବତନ ପର୍ଣ୍ଣ ଷ୍ଟାର ସନ୍ନି ଲିଓନିଙ୍କ ସବୁଠାରୁ ଅଧିକ ଚାହିଦା ରହିଛି । ତାଙ୍କର ସେକ୍ସ ଭିଡିଓକୁ ଦେଖିବାକୁ ଓଡ଼ିଶାବାସୀ ବେଶୀ ଭଲ ପାଇଥାଆନ୍ତି । ତାଙ୍କ ପଛକୁ ମିଆଁ ଖଲିଆ, ଲିସା ଆନ୍ନ, କିମ କାରଦଶିଆନ୍?ଏବଂ ଦେଶୀଗାର୍ଲ ପ୍ରିୟାଙ୍କ ପର୍ଣ୍ଣ ଭିଡିଓ ଦେଖିବାକୁ ଓଡ଼ିଶାର ଲୋକ ବେଶୀ ଆଗ୍ରହ ପ୍ରକାଶ କରିଥାଆନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି ।