ଭୁବନଶ୍ୱର (ଏଟିଆର ବ୍ୟୁରୋ): ସାରା ରାଜ୍ୟରେ ଏବେ କରୋନାକୁ ନେଇ ଅଧିକ ତତ୍ପରତା ଦେଖା ଦେଇଛି । ଏହି ଅବସରରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦ୍ୟୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୨୨ ତାରିଖ ଠାରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ରାଜ୍ୟ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏହି ସବୁ ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଏବଂ ଅନୁଗୁଳ ।
ଏହି ୫ ଟି ଜିଲ୍ଲାର ସମସତି ଗାଁ ଓ ସହରକୁ ଲକ ଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଲକ ଡାଉନ ସମୟରେ କେବଳ ଜରୁୀକାଳୀନ ସେବାକୁ ଛାଡି ଅନ୍ୟସବୁ ବନ୍ଦ ରହିବ । ବସ, ବିମାନ ସେବା ସହିତ ସଉଦା ଦୋକାନ, ପନି ପରିବା ଦୋକାନ, ମେଡିସିନ , ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ମାତ୍ର ଏହି ସମୟରେ ବ୍ୟାଙ୍କ, ମେଡିକାଲ, ମୁନିସପାଲଟି ସେବା ଆଦି ଜାରି ରହିବ । ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ଖୋଲା ରହିବ । ଏହି ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବୀନ କହିଛନ୍ତି । ଏନେଇ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତିି ।