ଭୁବନେଶ୍ୱର(ଏଟିଆର ବ୍ୟୁରୋ):କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ । ଆର୍ସେଲ ମିତ୍ତଲର ମିତ୍ତଲ କରିବ କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ । ଏନେଇ ରାଜ୍ୟ ସରକାର ଓ ଆର୍ସେଲର ମିିତ୍ତଲ ଅଧ୍ୟକ୍ଷ ଏଲ.ଏନ.ମିିତ୍ତଲଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ।
ଏହି ମିତ୍ତଲ ଷ୍ଟିଲ୍ ପ୍ଲାଣ୍ଟପକ୍ଷରୁ ଓଡିଶାରେ ୫୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇ ଥିବା ନେଇ ସୂଚନା ମିଳିଛି ।ଏଥିରେ ବର୍ଷକୁ ୧୨ ନିୟୁତ ମିିଲିୟନ ଟନ୍ ଷ୍ଟିଲ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି କମ୍ପାନୀ ।
ନବୀନ ନିବାସରେ ମିତ୍ତଲ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ମଧ୍ୟରେ ଏହି ପ୍ରକଳ୍ପ ନେଇ ଆଲୋଚନା କରାଯାଇଥିଲ ।ଏହିବୈଠକରେ ଧର୍ମେନ୍ଦ୍ର ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସମ୍ପ୍ରସାରଣ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି ଏମ୍ଓୟୁ ସ୍ୱାକ୍ଷରିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଏଲ୍ଏନ୍ ମିତ୍ତଲ ଉପସ୍ଥିତ ରହିଥିଲେ ।