କଟକ ( ଏଟିଆର ବ୍ୟୁରୋ): ରୁଚି ମସଲା ୱାଇଟକାନଭାସ ପକ୍ଷରୁ କଟକର ସହିଦ ଭବନ ଠାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇ ଯାଇଛି ଓଡିଆ ମ୍ୟୁଜିକ ଏକ୍ସଲେନ୍ସ ଆୱାର୍ଡ ୨୦୧୯ । ଏଥିରେ ଅତିଥି ଭାବେ କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମ , ଅଭିନେତା ଶ୍ରୀତମ ଦାସ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଶାନୁ ରଥ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ତବଲା ବାଦକ ରାଧାକାନ୍ତ ନନ୍ଦଙ୍କ ଦେହାନ୍ତ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ସେହିଭଳି ସଂଗୀତ ସମ୍ରାଟ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବା ପାଇଁ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା । ଏହାପରେ ମ୍ୟୁଜିକ ଗୁରୁ ଅଫଦି ଇଣ୍ଡଷ୍ଟ୍ରି ଭାବେ ଗରୁଶ୍ରୀ ଅରୁପ ଲାଲ ଘୋଷଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଲେଜେଣ୍ଟାରୀ ମ୍ୟୁଜିକ ଅଫଦ ଇଣ୍ଡଷ୍ଟ୍ରି ଭାବେ ଯୁଧିଷ୍ଟିର ଦାସଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି । କଣ୍ଠଶିଳ୍ପୀ ତାରିକ ଅଜିଜ, ଅନ୍ତରା ଚକ୍ରବର୍ତ୍ତୀ,ଇରା ମହାନ୍ତି, ହ୍ୟୁମାନ ସାଗର , ସତ୍ୟଜିତ, ଗୀତିକାର ଅରୁଣ ମନ୍ତ୍ରୀ , ସଂଗୀତ ନିର୍ଦେଶକ ପ୍ରେମା ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।