ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଓଡିଆ ଭାଷା ର ଉନ୍ନତି ପାଇଁ କବିବର ରାଧାନାଥ ରାୟ,ମଦୂସୁଦନ ଦାସ,ଅଭିମନ୍ୟୁ ସାମନ୍ତ ସିଂହାର ଆଦି ବହୁ ଓଡିଆମାନେ ଆମ ଭାଷାଣ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟା କରିଥିଲେ । ଓଡିଆ ଭାଷାର ଉନ୍ନତି ଆଇଁ ଆଉ ଏକ ପଦକ୍ଷପ ନେଇଛନ୍ତି ଓଡିଶା ସରକାର । ଆଜି ଠାରୁ ସମସ୍ତ ସରକାରୀ କାର୍ଯ୍ୟଳୟରେ ଓଡିଆ ଭାଷାକୁ ପ୍ରାଧାନ୍ୟ ଦିଆଯିବ ।
ଏ ନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ଓଡିଶା ଅଫିସିଆଲ ଲାଙ୍ଗୁଏଜ ଆମେଡମେଣ୍ଡ ରୁଲ୍ ୨୦୧୯ କାର୍ଯ୍ୟକାରୀ କରିଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।ଏହା ଦ୍ୱାରା ଓଡିଶାରେ ସମସ୍ତ ସରକାରୀ କାର୍ଯ୍ୟଳୟର ସମସ୍ତ କର୍ମଚାରି ମାନେ ଓଡିଆ ଭାଷାରେ କାମ କରିବେ । ଯେଉଁ ବିଭାଗ ଓଡିଆ ଭାଷାରେ ଭଲ କାମ କରିବେ ସେହି ବିଭାଗକୁ ପୁରସ୍କୃତ କରାଯିବାର ପ୍ରବନ୍ଧ ମଧ୍ୟ ରହିଛି ।
ଏହାସହ ଯେଉଁ କର୍ମଚାରୀ ଏହି ନିୟମର ଅବମାନ କରିବ ସେହି କର୍ମଚାରିଙ୍କ ବିରୋଧରେ ଓଡିଶା ସିଭିଲ ସର୍ଭିସ୧୯୬୨ ପ୍ରକାରେ ଦା୍ୱରା ସେହି ଅଧିକାରୀ,କର୍ମଚାରିଙ୍କୁ ଦଣ୍ଡିତ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।