ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାବାସୀଙ୍କ ପାଇଁ ଆନନ୍ଦର କଥା । ରାଜ୍ୟସଭାରେ ସାନ୍ତାଳୀ ଭାଷାର ମାନ୍ୟତା ମିଳିଛି । ରାଜ୍ୟସଭାର ସାଂସଦ ମାନେ ଏବେ ଏହି ସାନ୍ତିଳୀ ଭାଷାରେ ତାଙ୍କର ମତ ଉପସ୍ଥାପନା କରି ପାରିବେ ବୋଲି ସଚିବାଳୟ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟସଭାର ସଭାପତି ଏମ୍.ଭେଙ୍କୟା ନାଇଡୁଙ୍କ କହିବା ଅନୁଯାୟୀ, ବିନା ମାତୃଭାଷାରେ କୌଣସି ମତକୁ ଉପସ୍ଥାପନା କରିବା ସ୍ୱାଭାବିକ ନୁହେଁ । ସେଥିପାଇଁ ରାଜ୍ୟସଭାରେ ଓଡିଶାର ସାନ୍ତାଳ ଭାଷାକୁ ମାନ୍ୟତା ପ୍ରଦାନ କରାଯିବା ସହ ଡୋଗ୍ରୀ, କୋଙ୍କଣୀ, କଶ୍ମୀର, ସିନ୍ଧି ଭାଷାକୁ ମାନ୍ୟତା ପ୍ରଦାନ କରାଯାଇଛି ।
ପୂର୍ବରୁ ରାଜ୍ୟସଭାରେ ୧୧ଟି ଭାଷା ଯେପରି ଆସାମ, ବଙ୍ଗାଳୀ, ଗୁଜୁରାତୀ, ହିନ୍ଦୀ,କନ୍ନଡ, ମାଲୟାଲମ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଆଦି ଭାଷାରେ ଅନୁବାଦର ବ୍ୟବସ୍ଥା ଥିବା ବେଳେ ଏବେ ଏହା ୨୨ ଟି ଭାଷାକୁ ବୃଦ୍ଧି ପାଇଛି ।