ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଧୀରେ ଧୀରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି । ଆଜିଠୁ ଆରମ୍ଭ ହୋଇଛି ଷଷ୍ଠ ଓ ସପ୍ତମୀ ଶ୍ରେଣୀର ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ପାଠପଢା । କୋଭିଡ ଗାଇଡ଼ଲାଇନ୍ ଅନୁଯାୟୀ ଆରମ୍ଭ ହୋଇଛି ପାଠପଢା । କ୍ଲାସ ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ ସ୍କ୍ରିିନିଂ କରାଯିବା, ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି ।
ଛାତ୍ରଛାତ୍ରୀଙ୍କୁ ଅଫଲାଇନ୍ କ୍ଲାସ ପାଇଁ ବାଧ୍ୟ କରାଯାଇନି ଚାହିଁଲେ ଅନଲାଇନ୍ କ୍ଲାସ ମଧ୍ୟ କରିପାରିବେ ।
ଆଗାମୀ ଦିନରେ କରୋନା ସ୍ଥିତିକୁ ଦେଖି ପ୍ରଥମରୁ ପଞ୍ଚମ ଶ୍ରେଣୀ ଅଫଲାଇନ୍ କ୍ଲାସ ଖୋଲାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାରବିମର୍ଶ କରାଯାଇଛି ।