ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ସନ୍ଧ୍ୟା ୫ ଟା ୩୦ରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ ନେଇ ପ୍ରସ୍ତାବ ଆସିବ ।
ନିର୍ବାଚନ ସଂରକ୍ଷଣ ପାଇଁ ୫୦ ପ୍ରତିଶତ ଭିତରେ ରହିବ । ଏଥିପାଇଁ ସଂରକ୍ଷଣ ଆଇନ ଆସୁଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଆସନ୍ତା ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ଅବଧି ସରୁଛି । କିଛି ଦିନ ପୂର୍ବରୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସ୍ପଷ୍ଟ କରିଥିଲା ଆସନ୍ତା ପଞ୍ଚାୟତ ନିର୍ବାଚନ ଆଉ ସୀମା ପୁର୍ନଗଠନ ହେବନି । ୨୦୧୭ ନିର୍ବାଚନରେ ଅନେକ ବଡ ପଂଚାୟତକୁ ଭାଙ୍ଗି ଛୋଟ ପଂଚାୟତ କରାଯାଇଥିଲା ।